ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ ରଣଦୀପ୍ ସୁର୍ଜେ ଓ୍ବାଲା, ଶ୍ରୀନିବାସ ବି.ଭିି. , ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। କୃଷି ଆଇନ ବିରୋଧରେ ସେମାନେ ହାତରେ ପ୍ଲା କାର୍ଡ ଧରିଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀଙ୍କ ଦୁଃଖ ବୁଝୁ ନାହାନ୍ତି। ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ କଳା ଆଇନ ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଅନ୍ନଦାତାଙ୍କୁ ଆତଙ୍କବାଦୀ କହିବା ଦୁଃଖର ବିଷୟ ବୋଲି ରାହୁଲ କ୍ଷୋଭ ପ୍ରକାଶ କରିଛନ୍ତି।