Categories: ଖେଳ

ଭଗବାନଙ୍କ ଶରଣରେ ରାହୁଲ-ଆଥିୟା

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆରେ ତାଙ୍କ ବ୍ୟାଟରୁ ରନ ବାହାରକୁ ଆସୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ ସିରିଜର ୩ ଇନିଂସରେ ସେ ୩୮ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଦିନିକିଆ ଦଳର ଉପ-ଅଧିନାୟକ ଯିବା ପରେ କେ.ଏଲ ରାହୁଲଙ୍କଠାରୁ ଟେଷ୍ଟରୁ ମଧ୍ୟ ଏହି ଦାୟିତ୍ୱ ଛଡାଇ ନିଆଯାଇଥିଲା। ବର୍ତ୍ତମାନ ଦଳରେ ତାଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଖରାପ ସମୟରୁ ମୁକ୍ତି ପାଇବା ପାଇଁ କେ.ଏଲ ରାହୁଲ ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ କେଏଲ ରାହୁଲ ଇନ୍ଦୋରରେ ପହଞ୍ଚିଛନ୍ତି। ତୃତୀୟ ଟେଷ୍ଟ ପୂର୍ବରୁ କେ.ଏଲ ରାହୁଲ ସ୍ତ୍ରୀ ଆଥିୟା ଶେଟ୍ଟୀଙ୍କ ସହ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଉଭୟ ଜଳାଭିଶେକ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଭୟ ବିବାହ ପରେ ପ୍ରଥମ ଥର ପାଇଁ ମହାକାଳ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ନାଗପୁରରେ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ କେଏଲ ରାହୁଲ ସାଇ ବାବାଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ।

Share