Categories: ଜାତୀୟ

କୋଲକାତା ମାମଲାରେ ମମତାଙ୍କୁ ଘେରିଲେ ରାହୁଲ, କରିଦେଲେ ଏମିତି ଟ୍ବିଟ୍‌ ରାଗିକି ନିଆଁବାଣ…

କୋଲକାତା,୨୦।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶ ସ୍ତବ୍ଧ ହୋଇପଡିଛି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ଛାତିଥରା ଘଟଣାକୁ ନେଇ ଦେଶର ସମସ୍ତ ଡାକ୍ତରଖାନା (ବେସରକାରୀ ଏବଂ ସରକାରୀ) ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ପଶଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସରକାର ଏବଂ ତାଙ୍କ ପ୍ରଶାସନକୁ ଏହି ପ୍ରସଙ୍ଗରେ ଅବହେଳା କରୁଥିବା ଅଭିଯୋଗ ୟୟକରୁଥିବା ନେଇ ସହଯୋଗୀ ଦଳମାନେ ମଧ୍ୟ ତାଙ୍କୁ ବିରୋଧ କରୁଛନ୍ତି। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଇଣ୍ଡିଆନ ଆଲାଏନ୍ସ ଏବଂ ମମତାଙ୍କର ସହଯୋଗୀ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି, ଯାହା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀଙ୍କ ଟ୍ବିଟକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଟ୍ବିଟ ଯୋଗୁଁ ମାମଲା ଏତେ ବଢିଯାଇଛି ଯେ ଏହାକୁ ମମତା କେବଳ ବିରୋଧ କରିଛନ୍ତି ତାହା ନୁହେଁ ବରଂ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କୁ ମଧ୍ୟ ଅଭିଯୋଗ କରିବାକୁ କହିଛନ୍ତି। ତେବେ କଂଗ୍ରେସ ଏ ବାବଦରେ ସ୍ପଷ୍ଟୀକରଣ ଜାରି କରିଛି। ଜାତୀୟ ଦଳର ରିପୋର୍ଟନୁସାରେ କଂଗ୍ରେସ ନେତାଙ୍କ ସହ ମମତା ଫୋନରେ କଥା ହୋଇ ରାହୁଲଙ୍କୁ ନେଇ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ କହିଛନ୍ତି ଯେ, ରାହୁଲ କୌଣସି ରାଜନୈତିକ ଆକ୍ରମଣ କରିନାହାଁନ୍ତି । ସେ କେବଳ କୋଲକାତାର ଆରଜି କର ହସ୍ପିଟାଲରେ ଡାକ୍ତରଙ୍କ ହତ୍ୟା ଉପରେ ମହିଳାଙ୍କ ସୁରକ୍ଷା ବିଷୟରେ ପ୍ରଶ୍ନ ଉଠାଇଛନ୍ତି।

ତେବେ ମମତା ଏ ବାବଦରେ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ଲାଗିଲେ। ଅନ୍ୟପକ୍ଷରେ ଅଖିଳେଶ ଯାଦବ କୋଲକାତା ଘଟଣାରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ମମତାଙ୍କୁ ସମର୍ଥନ କରିଛନ୍ତି।

Share