Categories: ଜାତୀୟ

ଯୁବବର୍ଗଙ୍କ ଉପରେ ଲାଠିଚାର୍ଜ ନେଇ ସରକାରଙ୍କୁ ଘେରିଲେ ରାହୁଲ-ବରୁଣ…

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ୬୯ ହଜାର ସହାୟକ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ରାଜନୈତିକ ସ୍ଥିତି ବେଶ୍‌ ସରଗରମ ହେବାରେ ଲାଗିଛି। ଏହି ଘଟଣାରେ ଏକ କ୍ୟାଣ୍ଡେଲ ରାଲି ଉପରେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ଭାଜପା ପକ୍ଷରୁ ବରୁଣ ଗାନ୍ଧୀ ସରକାରଙ୍କୁୁ ଘେରିବା ଆରମ୍ଭ କରିଛନ୍ତି।

ଲାଠିଚାର୍ଜକୁ ନେଇ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ରୋଜଗାର ମାଗିବାକୁ ଆସିଲେ ଭାଜପା ସରକାର ଲାଠି ବର୍ଷା କରୁଛି। ଭୋଟ ମାଗିବାକୁ ଆସିବା ବେଳେ ଏକଥା ମନେରଖି ଏହାର ଉତ୍ତର ଦେବାକୁ ରାହୁଲ କହିଛନ୍ତି।

ସେହିପରି ବରୁଣ ଟୁଇଟ୍‌ କରି କହିଛନ୍ତି ଯେ, ରୋଜଗାର ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଯୁବବର୍ଗ ଭାରତ ମାତାର ସନ୍ତାନ। ସେମାନଙ୍କ ଦୁଃଖ ନବୁଝି ଏହା ବଦଳରେ ସେମାନଙ୍କ ଉପରେ ଲାଠି ମାଡ଼ କରିବା ଠିକ୍‌ ନୁହେଁ। ଯଦି ସେମାନେ ଆପଣମାନଙ୍କର ସନ୍ତାନ ହୋଇଥାନ୍ତେ, ତେବେ ସେମାନଙ୍କ ଉପରେ ଏଭଳି ଅତ୍ୟାଚାର କ’ଣ କରାଯାଇଥାନ୍ତା ବୋଲି ବରୁଣ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Share