Categories: ଜାତୀୟ

ଓ୍ବାୟନାଡରେ ପୀଡ଼ିତଙ୍କୁ ଭେଟିବା ପରେ ଭାବୁକ ହେଲେ ରାହୁଲ

ଓ୍ବାୟନାଡ,୧।୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର (୧ ଅଗଷ୍ଟ)ରେ କେରଳର ୱାୟନାଡରେ ପହଞ୍ଚିଥିଲେ। ଏହି ସମୟରେ ଉଭୟ ନେତା ପରିସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ପୀଡ଼ିତଙ୍କୁ ମଧ୍ୟ ଭେଟିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୯୯୧ରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ସେ ଯେମିତି ଅନୁଭବ କରିଥିଲେ ଆଜି ଠିକ୍‌ ସେମିତି ଅନୁଭବ କରୁଛନ୍ତି। ଏହି ଭୟଙ୍କର ଭୂସ୍ଖଳନରେ ୨୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି, କେରଳର ୱାୟନାଡରେ ଭୂସ୍ଖଳନ ଯୋଗୁଁ ଘଟିଥିବା ବିନାଶ ଦେଖିବା ଅତ୍ୟନ୍ତ କଷ୍ଟଦାୟକ। ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସହ ତାଙ୍କର ପୂର୍ବତନ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୯୯୧ରେ ସେ ଯେତିକି କଷ୍ଟ ପାଇଥିଲେ ଆଜିବି ସେତିକି କଷ୍ଟ ପାଇଛନ୍ତି।

Share