Posted inଜାତୀୟ

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ, ଜିଲାପି ଖାଇଲେ ରାହୁଲ ଗାନ୍ଧୀ, ହେଲେ ଟେଷ୍ଟ ନେଇଗଲେ ମୋଦି। ହରିୟାଣାରେ ଭାଜପାର ଜବରଦସ୍ତ ବିଜୟ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ ଜିଲାପି। ତେବେ ହରିୟାଣା କ୍ଷମତା ରାଜନୀତିରେ କ’ଣ ଏଇ ଜିଲାପିର କାହାଣୀ? ଆସନ୍ତୁ ଜାଣିବା…

ଗତକାଲି ହରିୟାଣା ଭୋଟ ଗଣତି ଆରମ୍ଭରୁ ଜିଲାପି ଟ୍ରେଣ୍ଡ କରୁ ନଥିଲା। କିନ୍ତୁ ଭାଜପା ଆଗୁଆ ହେବା ମାତ୍ରେ ଜିଲାପି ଟ୍ରେଣ୍ଡ କରିଥିଲା । ହଠାତ୍‌ ଭାଜପା ନେତାମାନେ ଜିଲାପି ଖାଇବା ସହ କଂଗ୍ରେସ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ଜିଲାପି ପାର୍ସଲ କରାଯାଇଥିଲା। ଜିଲାପି ପଠାଇବାର କାରଣ ହେଉଛି ଭାଜପାର ହରିୟାଣା ହ୍ୟାଟ୍ରିକ। କଂଗ୍ରେସକୁ ଜାଟ ଭୂମିରେ ଝଟକା ଲାଗିବା ପରେ ସୋସିଆଲ ମିଡିଆରେ ରାହୁଲଙ୍କୁ ଭାଜପା ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି। ସେମାନେ କହିବାରେ ଲାଗିଛନ୍ତି, ଜିଲାପି ତେରା, ହରିୟାଣା ମେରା। ଆଉ କେହି କେହି ଫଟୋର କ୍ୟାପସନ ରଖୁଛନ୍ତି, ଜିଲାପି ରେଡି ହେ।

ଏକଜିଟ ପୋଲ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜିଲାପି ବଣ୍ଟା ଚାଲିଥିଲା। ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ଭାଜପା ଶିବିରରେ ଜମିଥିଲା ଜିଲାପିର ଆସର। ବିଜୟ ଉତ୍ସବ ପାଇଁ ନିଜେ ଜିଲାପି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଆପଣ ଭାବୁଥିବେ ହରିୟାଣା ନିର୍ବାଚନ ଫଳାଫଳ ସହ ଜିଲାପିର ସଂପର୍କ କଣ? କଥା ହେଉଛି, ହରିୟାଣା ଗୋହାନାରେ ଖୁବ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜିଲାପି। ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜିଲାପିର ଓଜନ ଗୋଟାକୁ ପ୍ରାୟ ଅଢେଇ ଶହ ଗ୍ରାମ।
ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ ଜିଲାପି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି। କହିଥିଲେ, ଏଭଳି ଜିଲାପି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।

ଏହାକୁ କାଉଣ୍ଟର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଇଣ୍ଡିଆ ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି। ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ କି ଜିଲାପି? ଆଉ ଏବେ ହରିୟାଣାରେ ଭାଜପାର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜିଲାପି ଫର୍ମୁଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ...

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ...

‘ଯେତେ ହିନ୍ଦୁ ବିଭାଜିତ ହେବେ, କଂଗ୍ରେସକୁ ସେତେ ଫାଇଦା ହେବ’ ଏମିତି କାହିଁକି କହିଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ଭାଜପା ଆଖି ରହିଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଡିଜିଟାଲ ମାଧ୍ୟମ...

ଇଣ୍ଡିଆ ମେଣ୍ଟରେ ଫାଟ! ହରିୟାଣା ଫଳାଫଳ ପରେ ରାହୁଲଙ୍କୁ କମେଣ୍ଟ ମାରିଲେ କେଜରିଓ୍ବାଲ-ଶିବସେନା

ନୂଆଦିଲ୍ଲୀ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ କରିଛି। ୯୦ ଆସନରେ ଭାଜପା ୪୭ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୩୯ଟି ଆସନ...

ରାହୁଲଙ୍କ ଘରକୁ ୧ କିଲୋ ଜିଲାପି ପଠାଇଲା ହରିୟାଣା ଭାଜପା

ଚଣ୍ଡିଗଡ଼,୯।୧୦: ହରିୟାଣା ନିର୍ବାଚନରେ ଜିଲାପିକୁ ନେଇ ରାଜନୈତିକ ଚର୍ଚ୍ଚା ଶୀଖରରେ। ବିଶେଷକରି କଂଗ୍ରେସର ପରାଜୟ ପରେ ଭାଜପା ପକ୍ଷରୁ ଜିଲାପି ବାହାନାରେ ରାହୁଲ ଗାନ୍ଧୀଙ୍କ ସହ...

ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା

ଅନନ୍ତନାଗ,୯।୧୦: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜସ୍ବ ଉଦ୍ୟମରେ ଖସି ଆସିଥିବା ବେଳେ ବୁଧବାର...

ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ...

ଭାରତକୁ ବଡ଼ ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ଶାମି ଆଜିକାଲି ଆହତ ସମସ୍ୟା ଦେଇ ଗତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri