Categories: ଜାତୀୟ

ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର କଲେ ରାହୁଲ…

ବେଙ୍ଗାଲୁରୁ,୭।୫ : କର୍ନାଟକରେ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଶୈଳୀର ପ୍ରଚାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ବେଙ୍ଗାଲୁରୁରେ ଜଣେ ଡେଲିଭରୀ ବୟ ସହିତ ଏକ ସ୍କୁଟରରେ ବସି ନିର୍ବାଚନ ପ୍ରଚାର କରିଛନ୍ତି। ସେ ଡେଲିଭରୀ ବୟ ସହିତ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ସ୍କୁଟରରେ ବସି ପ୍ରଚାର କରିଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳୁଛି ସେ ସ୍କୁଟର ପଛରେ ବସିଛନ୍ତି ଏବଂ ହେଲମେଟ ପିନ୍ଧିିଛନ୍ତି।

Share