ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦ ସଦସ୍ୟତା ଛାଡିବା ପରେ ତାଙ୍କ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ରାହୁଲ ‘ଅଯୋଗ୍ୟ ଏମ୍ପି’ ଲେଖି ନିଜ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି।
ବାସ୍ତବରେ ଏହା ରାହୁଲଙ୍କ ଟୁଇଟର ଆକାଉଣ୍ଟରେ ଲେଖାଯାଇଛି ଯେ ଏହା ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ରାହୁଲ ଗାନ୍ଧୀଙ୍କ ଅଧିକାରୀକ ଆକାଉଣ୍ଟ। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ରବିବାର କଂଗ୍ରେସ କର୍ମୀମାନେ ରାହୁଲଙ୍କ ସମର୍ଥନରେ ସାରା ଦେଶରେ ସତ୍ୟଗ୍ରେହ କରୁଛନ୍ତି। ଏପରି କରି ରାହୁଲ ମଧ୍ୟ ନିଜର ବିରୋଧକୁ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି।