Categories: ଜାତୀୟ

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରି ଟୁଇଟ କରିଛନ୍ତି ଯେଉଁଥିରେ ସେ ଆଦିବାସୀ ସମାଜର ମହିଳାମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳୁଛି।

ରାହୁଲ ଟୁଇଟ କରି କହିଛନ୍ତି, ଆଦିବାସୀମାନେ ଆମର ସଂସ୍କୃତି ଏବଂ ବିବିଧତାର ଭଣ୍ଡାର। ଆଦିବାସୀ ମହିଳାମାନଙ୍କ ସହ କୋମୁ କୋୟା ଲୋକ ନୃତ୍ୟକୁ ଉପଭୋଗ କରିଥିଲେ। ସେମାନଙ୍କର କଳା ସେମାନଙ୍କର ମୂଲ୍ୟବୋଧକୁ ଦର୍ଶାଏ, ଯାହାକୁ ଆମେ ଶିଖିବା ଏବଂ ସଂରକ୍ଷଣ କରିବା ଆବଶ୍ୟକ। ଏହି ସମୟରେ ରାହୁଲ ଗାନ୍ଧୀ ଆଦିବାସୀ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି।

Share