Categories: ଜାତୀୟ

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି।
କଂଗ୍ରେସ ପକ୍ଷରୁ ଲଗାତର ଜାତିଗତ ଜନଗଣନା କରିବାକୁ ଦାବି କରାଯାଉଛି। ଉଭୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ନିର୍ବାଚନୀ ସଭାରେ ଏହି ଦାବିକୁ ଦୋହରାଇଛନ୍ତି। ଏହା ନିଜ ମତ ରଖି ପ୍ରହ୍ଲାଦ କହିଛନ୍ତି,କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରିବାରେ ଅନ୍ଧ ହୋଇଯାଇଛି। ପରିବାରବାଦରେ ତ ସେମାନେ ପୂର୍ବରୁ ସୀମା ପାର କରିସାରିଛନ୍ତି। ରାହୁଲଙ୍କୁ ନିଜ ଜାତି ବିଷୟରେ ଜଣାନହିଁ କିନ୍ତୁ ସେ ମଶାଲ ଧରି ପୂରା ଦେଶରେ ନିଆଁ ଲଗାଇବାକୁ ବୁଲୁଛନ୍ତି।
ସେ ରାହୁଲଙ୍କୁ ଟାର୍ଗେଟ୍‌ କରି ଆହୁରି ମଧ୍ୟ କହିଛନ୍ତି, ଦେଶର ସ୍ବାଧୀନତା ପରେ କଂଗ୍ରେସ ଭୁଲିଯାଉଛି ଯେ ଏହା ଦେଶକୁ ଗୋଟିଏ ପଛୁଆ ବର୍ଗର ପ୍ରଧାନମନ୍ତ୍ରୀ ମଧ୍ୟ ଦେଇପାରି ନାହିଁ। ଆମେ ଆଗଆ-ପଛୁଆ ରାଜନୀତି କରୁନାହୁଁ। ମୁଁ ଗର୍ବିତ ଯେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଛୁଆ ବର୍ଗରୁ ଆସିଛନ୍ତି। କଂଗ୍ରେସର ଚେହେରାକୁ ନେଇ ମୁଁ ସବୁବେଳେ ସନ୍ଦେହ କରିଆସୁଛି। ଦେଶ ଜାଣେ ଯେ କଂଗ୍ରେସ ସବୁବେଳେ ବିବାଦ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଥାଏ।

Share