Categories: ଖେଳ

ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ କେ ଏଲ୍‌ ରାହୁଲ, ଆୟର ସମ୍ପୂର୍ଣ୍ଣ ଫିଟ୍‌

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍‌ ୨୦୨୩। ଏହି ଟୁର୍ନାମେଣ୍ଟରେ ଭାରତ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌, ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଏହି ଦୁଇ ମ୍ୟାଚ୍‌ ପାଇଁ କେ ଏଲ୍‌ ରାହୁଲ ଉପଲବ୍ଧ ରହିବେ ନାହିଁ। ଏନେଇ କୋଚ୍‌ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି। ତେବେ ଶ୍ରେୟାସ ଆୟର ବ୍ୟାଟିଂ, ବୋଲିଂ ଏବଂ ଫିଟ୍‌ନେସ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ବୋଲି ସେ କହିଛନ୍ତି।

ଦ୍ରାବିଡ ଲଗାତାର ଭାବେ ଦଳରେ ହେଉଥିବା ପ୍ରୟୋଗକୁ ନେଇ କହିଛନ୍ତି,ଆମେ ଗତ ୧୮-୧୨୦ ମାସ ପୂର୍ବରୁ କହିସାରିଛୁ ଯେ ନଂ-୪ ଲାଗି କିଏ ଉପଯୁକ୍ତ ବିକଳ୍ପ। ଏଥିଲାଗି ଦାବିଦାର ସର୍ବଦା କେଏଲ୍‌ ରାହୁଲ, ଶ୍ରେୟାସ ଆୟର ଏବଂ ଋଷଭ ପନ୍ତ ଅଟନ୍ତି। ହେଲେ ଦୁର୍ଭାଗ୍ୟବଶତଃ ଏକାସାଙ୍ଗରେ ସମସ୍ତେ ଆହତ ହୋଇଥିଲେ ବୋଲି ସେ କହିଛନ୍ତି।

Share