Categories: ଖେଳ

ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟ୍‌କା: ରାହୁଲ ଦ୍ରାବିଡ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୩।୮: ଏସିଆ କପ୍‌ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସିଆ କପ୍‌ ପାଇଁ ଭାରତୀୟ ଦଳ ଆଜି ୟୁଏଇ ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦଳ ସହ ଦ୍ରାବିଡି ଯିବେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଆସନ୍ତା ଅଗଷ୍ଟ ୨୭ରୁ ୟୁଏଇରେ ଏସିଆ କପ୍‌ ଆରମ୍ଭ ହେବ। ଅଗଷ୍ଟ ୨୮ରେ ଭାରତ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ।

Share