Categories: ଖେଳ

‘ମୁଁ ଏମିତି କରିବି ନାହିଁ’: ଟି-୨୦ ବିଶ୍ୱକପ୍‌ ସହ ଜଡ଼ିତ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଦ୍ରାବିଡ୍‌

କଲମ୍ବୋ,୩୦।୭: ଆଗକୁ ଟି-୨୦ ବିଶ୍ୱକପ୍‌। ଏଥିପାଇଁ ଦଳରେ କିଏ ସ୍ଥାନ ପାଇବ କିଏ ନୁହେଁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଭାରତୀୟ ଟିମ୍‌ରେ ଦୁଇଜଣ ଶ୍ରେଷ୍ଠ ସ୍ପିନର ଚୟନ କରିବାକୁ ଶ୍ରୀଲଙ୍କା ଗସ୍ତରେ ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କୁ ପଚରାଯାଇଥିଲା। ଏହାର ଜବାବ ଦେବାକୁ ସଫାସଫା ମନା କରିଦେଇଛନ୍ତି ସେ।

ତୃତୀୟ ଟି-୨୦ ପରେ ଥିବା ଖବରଦାତା ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, ମୁଁ ଦୁଇଜଣ ସ୍ପିନରଙ୍କୁ ଚୟନ କରିପାରିବି ନାହିଁ। ମୁଁ ଏବେ ଦଳର କୋଚ୍‌। କୌଣସି ନାମ ମୁଁ ସାର୍ବଜନିକ କରିବି ନାହିଁ। କେବଳ ଏତିକି କହିବି ଏ ସମସ୍ତ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି। ଆମ ଟିମ୍‌ରେ ଏତେ ଭଲ ଖେଳାଳି ଥିବାରୁ ଏମାନେ ଭାଗ୍ୟଶାଳୀ। ଦୁଇ ଅଥବା ତିନି ସ୍ପିନର ଚୟନକର୍ତ୍ତା ବାଛିଲେ, ସେମାନେ ବେଶ ଭଲ ଥିବେ ବୋଲି ଆଶା। ସେମାନେ ନିଜର କାମ କରିବେ। ଏଣୁ ଚୟନକର୍ତ୍ତା କାହାକୁ ନେବେ ତାହା ସମୟ କହିବ ବୋଲି ସେ କହିଛନ୍ତି।

Share