ନୂଆଦିଲ୍ଲୀ,୨୬।୧୦: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ହେବାକୁ ଯାଉଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍। ଏଥି ଲାଗି ମଙ୍ଗଳବାର ଔପଚାରିକ ଭାବେ ସେ ହାଇ ପ୍ରୋଫାଇଲ ପଦବୀ ପାଇଁ ଆବେଦନ କରିଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ ଆବେଦନ କରିଥିବାରୁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର କାର୍ଯ୍ୟ ଅତ୍ୟନ୍ତ ସହଜ ହୋଇଯାଇଛି। କାରଣ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଥିବା କୌଣସି ପ୍ରାର୍ଥୀଙ୍କ ନିକଟରେ ଡ୍ରାଭିଡ୍ଙ୍କ ଭଳି ଅଭିଜ୍ଞତା ନାହିଁ। କେବଳ ଏତିକି ନୁହେଁ, ଡ୍ରାଭିଡ୍ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହଙ୍କ ପ୍ରଥମ ପସନ୍ଦ ମଧ୍ୟ।
ଆବେଦନ କରିବା ଧାର୍ଯ୍ୟ ଅନ୍ତିମ ଦିନରେ ଡ୍ରାଭିଡ ଆବେଦନ କରିଛନ୍ତି। ଏନ୍ସିଏରେ ତାଙ୍କ ସହ କାର୍ଯ୍ୟ କରୁଥିବା ବୋଲିଂ କୋଚ୍ ପାରାସ ମାମବ୍ରେ ଓ ଫିଲ୍ଡିଂ କୋଚ୍ ଅଭୟ ଶର୍ମା ମଧ୍ୟ ଆବେଦନ କରିଥିବା ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।