Categories: ଖେଳ

ବିଶ୍ୱଚାମ୍ପିୟନ୍‌ ହେବାପରେ ବି ଖୁସିନାହାନ୍ତି ରାହୁଲ ଦ୍ରାବିଡ: ଟିମ୍‌ ଛାଡିବା ପୂର୍ବରୁ କୋହଲିଙ୍କୁ କଲେ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ଏହା ଭାରତ ପାଇଁ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଥିଲା। ଏହାପୂର୍ବରୁ ଭାରତୀୟ ଦଳ ୨୦୦୭ରେ ଟି -୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ଏଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ବିଶ୍ୱକପ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଦ୍ରାବିଡ଼ ଟିମ୍‌ ଛାଡିବା ପୂର୍ବରୁ ବିରାଟ କୋହଲିଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି।

ଟିମ ଇଣ୍ଡିଆ ଛାଡିବା ପୂର୍ବରୁ ରାହୁଲ ଦ୍ରାବିଡ ବିରାଟ କୋହଲିଙ୍କୁ କହିଛନ୍ତି, ସେ ଧଳା ବଲ୍‌ର ସମସ୍ତ ଟ୍ରଫିକୁ ଟେକିଛ। ବର୍ତ୍ତମାନ ଲାଲ ବଲ ଟ୍ରଫି ଟେକିବାକୁ ବାକି ଅଛି। ଆଶା ଏହାକୁ ପୂରଣ କରିବ। କୋହଲି ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୪ ରେ ଟି-୨୦ ବିଶ୍ୱକପ ସମେତ ସମସ୍ତ ଆଇସିସି ଧଳା ବଲ ଟ୍ରଫି ଜିତିଛନ୍ତି। ବର୍ତ୍ତମାନ କିଙ୍ଗ କୋହଲି କେବଳ ରେଡ ବଲ ଟ୍ରଫି ଅର୍ଥାତ୍‌ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିବାକୁ ବାକି ରହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଦୁଇଟି ସଂସ୍କରଣ ଖେଳାଯାଇଛି। ଟିମ ଇଣ୍ଡିଆ ଉଭୟ ଥର ଫାଇନାଲରେ ପ୍ରବେଶ କରିଛି। ତେବେ ଉଭୟ ଥର ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପ୍ରଥମ ସଂସ୍କରଣର ଫାଇନାଲ ୨୦୨୧ରେ ଖେଳାଯାଇଥିଲା, ଯେଉଁଠାରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରି ଯାଇଥିଲା। ତା’ପରେ ଦ୍ୱିତୀୟ ସଂସ୍କରଣର ଫାଇନାଲ ୨୦୨୩ରେ ଖେଳାଯାଇଥିଲା, ଯେଉଁଥିରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ହାତରୁ ପରାଜୟର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ, ଟିମ ଇଣ୍ଡିଆ ୨୦୨୫ରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ପହଞ୍ଚିପାରିବ କି ନାହିଁ।

୨୦୨୪ ବିଶ୍ୱକପ ଜିତିବା ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଥିଲେ। ସର୍ବପ୍ରଥମେ କୋହଲି ମ୍ୟାଚ ପରେ ଅବସର ଘୋଷଣା କରିଥିଲେ। ତା’ପରେ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା କରିଥିଲେ। ତା’ପରେ ଚାମ୍ପିୟନ ହେବାର ଗୋଟିଏ ଦିନ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ଅନ୍ତର୍ଜାତୀୟ ଟି-୨୦ରୁ ବିଦାୟ ନେଇଛନ୍ତି।

 

Share