Categories: ଖେଳ

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜର ପଞ୍ଚମ ତଥା ଅନ୍ତିମ ଟି -୨୦ ମ୍ୟାଚ ପୂର୍ବରୁ ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ ଭାବରେ ତାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ରାହୁଲ ଦ୍ରାବିଡ ଥଟ୍ଟା କରି କହିଥିଲେ, ଆରମ୍ଭରେ ତାଙ୍କୁ ୬ ଜଣ ଅଧିନାୟକଙ୍କ ସହ କାମ କରିବାକୁ ପଡିବ ବୋଲି ସେ ଭାବି ନ ଥିଲେ।
ଦ୍ରାବିଡ କହିଛନ୍ତି, ସେ ଆଠ ମାସ ମଧ୍ୟରେ କ୍ରିକେଟର ସମସ୍ତ ଫର୍ମାଟରେ ୬ ଜଣ ଅଧିନାୟକ ସହ କାମ କରିବା ବିଷୟରେ ଯୋଜନା କରି ନ ଥିଲେ। କିନ୍ତୁ ା ଅଧିକ ସଂଖ୍ୟକ ମ୍ୟାଚ୍‌ ଖେଳୁଥିବ ହେତୁ ଏହା ଘଟିଛି। ଅନେକ ଖେଳାଳି ଦଳର ନେତୃତ୍ୱ ନେବାକୁ ଏକ ସୁଯୋଗ ପାଇଛନ୍ତି। ଦଳରେ ଅଧିକ ‘ଅଧିନାୟକ’ ପ୍ରସ୍ତୁତ କରିବାର ସୁଯୋଗ ମଧ୍ୟ ମିଳିଛି। ଅନେକ ଯୁବକ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଏହା ଭାରତୀୟ କ୍ରିକେଟ ପାଇଁ ଏକ ଭଲ ସଙ୍କେତ ଅଟେ।
ନଭେମ୍ବରରେ ଟି-୨୦ ବିଶ୍ୱକପ ପରେ ଦ୍ରାବିଡ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନଠାରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା (ଆୟର୍ଲାଣ୍ଡରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ)।

Share