Categories: ଖେଳ

ଅନ୍ତିମ ଲିଗ୍‌ ମୁକାବିଲା ପୂର୍ବରୁ ରୋହିତଙ୍କୁ ନେଇ ଏଭଳି କହିଲେ କୋଚ୍‌; ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୧୧।୧୧: ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ବିଶ୍ୱକପ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏଯାବତ ଦଳ ଖେଳିଥିବା ୮ ମ୍ୟାଚ୍‌ରେ ବିଜେତା ହୋଇଛି। ଏଥିରେ ଅଧିନାୟକ ଏବଂ ଓପନର୍‌ ଭାବେ ରୋହିତଙ୍କ ଭୂମିକା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାହୁଲ କହିଛନ୍ତି।

ନେଦରଲ୍ୟାଣ୍ଡ ବିପକ୍ଷ ଭାରତର ଅନ୍ତିମ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, ରୋହିତ ନିଶ୍ଚିତ ଭାବେ ଜଣେ ଲିଡର୍‌। ସେ ମଇଦାନ ବାହାରେ ଏବଂ ଭିତରେ ଏହାର ଉଦାହରଣ ଦେଇଛନ୍ତି। ଏଭଳି କିଛି ମ୍ୟାଚ୍‌ ଥିଲା ଯାହା ଆମ ଲାଗି କଷ୍ଟକର ହୋଇପାରିଥାନ୍ତା, ହେଲେ ସେ ଦଳକୁ ଭଲ ଆରମ୍ଭ ଦେଇ ମ୍ୟାଚ୍‌କୁ ଜିତାଇବାରେ ସଫଳ ହୋଇଛନ୍ତି। ଏଣୁ ମ୍ୟାଚ୍‌ ଜିତିବା ସହଜ ଲାଗୁଛି। ରୋହିତଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ତାଙ୍କ ପରେ ଆସୁଥିବା ଖେଳାଳିମାନଙ୍କ ଉପରେ ସେତେଟା ଚାପ ରହି ନ ଥିଲା। ତାଙ୍କ ଲାଗି ରନ୍‌ ଚେସ୍‌ କରିବା ସହଜ ହୋଇଯାଇଥିଲା। ଏସବୁ ଦେଖିଲେ ରୋହିତ ଦଳର ଆବଶ୍ୟକତା ସମୟରେ ଖେଳି ଅନ୍ୟଲାଗି ଉଦାହରଣ ପାଲଟିଛନ୍ତି। ଏହାର ପ୍ରଭାବ ଡ୍ରେସିଂ ରୁମ୍‌ରେ ମଧ୍ୟ ପଡ଼ିଛି। ଖେଳାଳି ଭାବେ ତାଙ୍କ ପ୍ରଦର୍ଶନ ଏବଂ ଅଧିନାୟକ ଭାବେ ତାଙ୍କ ଭୂମିକା ଜବରଦସ୍ତ ରହିଆସିଛି। ତାଙ୍କୁ ସାଥୀ ଖେଳାଳିଙ୍କ ସହ କୋଚିଂ ଷ୍ଟାଫ୍‌ଙ୍କଠାରୁ ସମ୍ମାନ ମିଳୁଛି ବୋଲି ଦ୍ରାବିଡ କହିଛନ୍ତି।

Share