Categories: ଖେଳ

ପାକିସ୍ତାନ-ନେପାଳ ବିପକ୍ଷରେ ଖେଳିବେ ନାହିଁ ରାହୁଲ, ଏସିଆ କପ ପୂର୍ବରୁ ଦ୍ରାବିଡଙ୍କ ବୟାନ

ନୂଆଦିଲ୍ଲୀ,୨୯।୮: ଏସିଆ କପ ପାଇଁ ଶ୍ରୀଲଙ୍କା ଯିବା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଫିଟନେସ ଉପରେ ଏକ ଅପଡେଟ୍‌ ଦେଇଛନ୍ତି। ମଙ୍ଗଳବାର ମୁଖ୍ୟ କୋଚ୍‌ କହିଛନ୍ତି ଯେ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଫିଟନେସରେ ସେ ଖୁସି ଅଛନ୍ତି। ଅଭ୍ୟାସ ଶିବିରରେ ଉଭୟ ଖେଳାଳି ଭଲ ବ୍ୟାଟିଂ କରିଛନ୍ତି। ହେଲେ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରେ ରାହୁଲ ଖେଳିବେ ନାହିଁ ବୋଲି ଦ୍ରାବିଡ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ ଆଶା କରାଯାଉଛି। ଭାରତର ଓପନିଂ ଦୁଇଟି ମ୍ୟାଚ ସେପ୍ଟେମ୍ବର ୨ରେ ପାକିସ୍ତାନ ଏବଂ ୪ ତାରିଖରେ ନେପାଳ ବିପକ୍ଷରେ ରହିଛି। ଉଭୟ ମ୍ୟାଚ କାଣ୍ଡିରେ ଖେଳାଯିବ। ଏହାର ଅର୍ଥ ରାହୁଲ ଗ୍ରୁପ ରାଉଣ୍ଡରେ ଖେଳିବେ ନାହିଁ। ଯଦି ଟିମ ଇଣ୍ଡିଆ ସୁପର -୪ରେ ପହଞ୍ଚେ ତେବେ ସେ ମଇଦାନକୁ ଓହ୍ଲାଇବେ।

Share