Categories: ଖେଳ

ଅଶ୍ୱିନଙ୍କୁ ଦିନିକିଆ ଟିମ୍‌ରେ ମିଳିଛି ସୁଯୋଗ, ଦ୍ରାବିଡ କହିଲେ କାରଣ

ଚଣ୍ଡିଗଡ଼,୨୨।୯: ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାକୁ ଓହ୍ଲାଇବ। ଏହି ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ବରିଷ୍ଠ ଖେଳାଳିଙ୍କୁ ଆରାମ ଦିଆଯାଇଛି। ସେହିଭଳି ଆଶ୍ଚର୍ଯ୍ୟଜନକ ଭାବେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦୀର୍ଘଦିନ ପରେ ଦିନିକିଆ ଟିମ୍‌ରେ ସାମିଲ କରାଯାଇଛି। ଏହାକୁ ନେଇ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ପ୍ରତିକ୍ରିୟା ଦେଇଛନ୍ତି।

ଦ୍ରାବିଡ ଅଶ୍ୱିନଙ୍କୁ ଦିନିକିଆ ଟିମ୍‌ରେ ସାମିଲ କରାଯିବାକୁ ନେଇ କହିଛନ୍ତି, ଅଶ୍ୱିନଙ୍କ ଭଳି ଅନୁଭବୀ ଖେଳାଳି ଦଳକୁ ଫେରିବା ଲାଭପ୍ରଦ ହୋଇପାରେ। କାରଣ ସେ ଅନୁଭବ ନେଇ ଆସିଥାନ୍ତି। ୮ନଂ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ତାଙ୍କର ରହିଛି। ଏହା ତାଙ୍କ ପାଇଁ ଟ୍ରାଏଲ ନୁହେଁ। ଦିନିକିଆ ଫର୍ମାଟରେ କେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ତାଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଅଶ୍ୱିନ ପାଖରେ ଅଛନ୍ତି ତାହା ସ୍ପଷ୍ଟ ହେବ। ତାଙ୍କୁ ଆବଶ୍ୟକ ସମୟରେ ଡକାଯିବ ବୋଲି ସେ କହିଛନ୍ତି।

Share