Categories: ଖେଳ

ଡ୍ରେସିଂ ରୁମ୍‌ରୁ ଓହ୍ଲାଇ ଆସି ଦୀପକଙ୍କୁ ମେସେଜ ଦେଇଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୭।୭: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ସିରିଜ୍‌ ବିଜୟ ସହ ଭାରତୀୟ ଦଳର କୋଚ୍‌ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ମୁହଁରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା ଭାରତୀୟ ଦଳ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ଟି ଏତେ ସଂଘର୍ଷପୂର୍ଣ୍ଣ ଥିଲା ଯେ, କୋଚ୍‌ ଡ୍ରାଭିଡ୍‌ଙ୍କୁ ଡ୍ରେସିଂ ରୁମ୍‌ରୁ ଓହ୍ଲାଇବାକୁ ପଡ଼ିଥିଲା। ଦୀପକ ଚହର ବ୍ୟାଟିଂ କରୁଥିବାବେଳେ ଡ୍ରାଭିଡ୍‌ ଡଗ୍‌ଆଉଟ୍‌ରେ ବସିଥିବା ଏକ୍ସଟ୍ରା ମ୍ୟାନ ରାହୁଲ ଚହରଙ୍କ ହାତରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ମେସେଜ ଦେଇଥିଲେ। ଶେଷ ବଲ ପର୍ଯ୍ୟନ୍ତ ଖେଳିବାକୁ ମୁଖ୍ୟକୋଚ୍‌ ପରାମର୍ଶ ଦେଇଥିବା ଦୀପକଙ୍କୁ ଜଣାଇଥିଲେ ଏକ୍ସଟ୍ରା ମ୍ୟାନ୍‌।

ମ୍ୟାଚ୍‌ ପରେ ଭୁବନେଶ୍ୱର କୁମାର କହିଥିଲେ, ଚହର ଇଣ୍ଡିଆ ଏ’ ପାଇଁ ଡ୍ରାଭିଡ୍‌ଙ୍କ ନେତୃତ୍ୱରେ ଖେଳିଛନ୍ତି। ସେ କିଛି ମ୍ୟାଚ୍‌ରେ ରନ୍‌ ମଧ୍ୟ କରିଥିଲେ। ଡ୍ରାଭିଡ୍‌ଙ୍କୁ ଜଣାଥିଲା, ସେ ବ୍ୟାଟିଂ କରିବା ସହ ବଡ଼ ଶଟ୍‌ ଲଗାଇପାରିବେ। ଏଣୁ ତାଙ୍କ ପାଇଁ ମେସେଜ ପଠାଇଥିଲେ ଡ୍ରାଭିଡ୍‌।