ଅଲମ୍ପିକ୍‌ରେ ଭାଗ ନେବେ କି କୋହଲି-ରୋହିତ୍‌ ? ମୋଦିଙ୍କୁ ରାହୁଲ କହିଲେ…

ନୂଆଦିଲ୍ଲୀ, ୦୬।୦୭: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍‌କୁ ନେଇ କଥା ହୋଇଛନ୍ତି। ଆଗାମୀ ଅଲମ୍ପିକ୍‌ ୨୦୨୮ରେ ହେବାକୁ ଯାଉଛି । ମୋଦିଙ୍କୁ ସେ ବିରାଟ କୋହଲି ଏବଂ ରୋହିତ୍‌ ଶର୍ମାଙ୍କ ନାଁ କହି ମଜା କରିଛନ୍ତି । ବିସିସିଆଇ ଏହି ଇଭେଣ୍ଟ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ସେ କହିଛନ୍ତି । ଟି-୨୦ ବିଶ଼୍ବକପ୍‌ର ବିଜୟୀ ଖେଳାଳିଙ୍କ ମଧ୍ୟରେ ଜଣେ ଏହି ଅଲମ୍ପିକ୍‌ ଟିମ୍‌ର ପ୍ରତିନିଧିତ଼୍ବ କରିବେ ବୋଲି ସେ କହିଥିଲେ । ଏହି ସମୟରେ ସେ ବିରାଟ ଏବଂ ରୋହିତଙ୍କ ନାଁ କହିବାରୁ ବିରାଟ ହସିଥିଲେ । ହେଲେ ଦୁହେଁ ଟି-୨୦ ବିଶ଼୍ବକପ୍‌ରେ ହିଁ ଅବସର ଘୋଷଣା କରିଛନ୍ତି ।

ଅଲମ୍ପିକ୍‌ରେ ଭାଗନେବାକୁ ଆମକୁ ସୁଯୋଗ ମିଳିନଥିଲା ବୋଲି ସେ କହିବା ସହ ବର୍ତ୍ତମାନର ଖେଳାଳିଙ୍କୁ ଏହି ସୁଯୋଗ ମିଳିବ । ଏହା କ୍ରିକେଟର୍‌, ଦେଶ ଏବଂ କ୍ରିକେଟ୍‌ ବୋର୍ଡ ପାଇଁ ବଡ଼ ଖୁସିଖବର । ଆମକୁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟଦେଶର ଖେଳାଳିଙ୍କ ସହ ରହିବା ଏବଂ ଶିଖିବା ଆଦି ହୋଇପାରିବ । ଏହା କ୍ରିକେଟରଙ୍କ ପାଇଁ ଗର୍ବର କଥା ବୋଲି ସେ କହିଛନ୍ତି ।

Share