Posted inଖେଳ

ଟିମ୍‌କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୮।୭: ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିରେ ଖେଳାଳିମାନେ ୫-୫ କୋଟି ଟଙ୍କା ପାଇବେ, କିନ୍ତୁ ଆପଣ ଜାଣନ୍ତି କି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପୁରସ୍କାର ରାଶି ଭାବରେ ବୋର୍ଡ କେତେ ଟଙ୍କା ଦେବାକୁ ଯାଉଛି। ଆସନ୍ତୁ ଜାଣିବା …

ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତିବା ମାତ୍ରେ ଭାରତୀୟ କ୍ରିକେଟ ବୋର୍ଡ ୧୨୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତା’ପରେ, ଯେତେବେଳେ ଜୁଲାଇ ୪ରେ ଟିମ ଇଣ୍ଡିଆ ଟ୍ରଫି ନେଇ ଭାରତ ଫେରିଥିଲା, ସେତେବେଳେ ଉତ୍ସବ ସମୟରେ ବୋର୍ଡ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ ପ୍ରଦାନ କରିଥିଲା। ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଟୁର୍ନାମେଣ୍ଟରେ କୌଣସି ଚାମ୍ପିୟନ ଦଳକୁ ଏତେ ବଡ଼ ପୁରସ୍କାର ରାଶି ଦେଇ ନଥିଲା।
ଟି -୨୦ ବିଶ୍ୱକପ ୨୦୨୪ର ସମାପ୍ତି ସହିତ ଟିମ ଇଣ୍ଡିଆ ପାଇଁ ଏକ ଯୁଗ ଶେଷ ହୋଇଯାଇଛି। କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇଛନ୍ତି ଏବଂ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ ନାହିଁ, ଟି -୨୦ ବିଶ୍ୱକପ ୨୦୨୪ ତାଙ୍କ କାର୍ଯ୍ୟକାଳର ଶେଷ ଟୁର୍ନାମେଣ୍ଟ ଥିଲା । ଖବର ଆସୁଛି ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ଏବଂ ବିସିସିଆଇ ଏହାକୁ ଖୁବ ଶୀଘ୍ର ଘୋଷଣା କରିବ।
ଇତିମଧ୍ୟରେ ବିସିସିଆଇ ଦେଇଥିବା ୧୨୫ କୋଟି ଟଙ୍କା ପୁରସ୍କାର ରାହୁଲ ଦ୍ରାବିଡଙ୍କୁ ୨.୫କୋଟି ଟଙ୍କା ମିଳିବ। ସୂଚନାଯୋଗ୍ୟ, ଦ୍ରାବିଡଙ୍କ ବ୍ୟତୀତ, ଏହି ପୁରସ୍କାର ଟଙ୍କା କାହକୁ କାହାକୁ ଏବଂ କିପରି ବଣ୍ଟା ଯିବ ଆସନ୍ତୁ ଜାଣିବ।
– ସମସ୍ତ ୧୫ ଖେଳାଳି ଏବଂ ଦ୍ରାବିଡ଼ ପ୍ରତ୍ୟେକଙ୍କୁ ୫କୋଟି ଟଙ୍କା ପାଇବେ।
– ବାକି କୋଚିଂ ଗ୍ରୁପ ୨.୫-୨.୫କୋଟି ଟଙ୍କା ପାଇବେ।
– ବ୍ୟାକରୁମ କର୍ମଚାରୀ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା।
– ଚୟନ କମିଟି ପାଇଁ ପ୍ରତ୍ୟେକ ଏକ କୋଟି ଟଙ୍କା ପାଇବେ।
– ରିଜର୍ଭ ଖେଳାଳିଙ୍କୁ ଏକ କୋଟି ଟଙ୍କା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

କୋହଲି ନୁହନ୍ତି, ମଇଦାନରେ ଟିମ୍‌ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ…

ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍‌ ବିଶ୍ୱର ଶ୍ରେଷ୍ଠ କ୍ରିକେଟ...

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ: ସବୁଠୁ ବଡ଼ ପରାଜୟ

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ନ୍ୟୁଜିଲାଣ୍ଡ ଭାରତକୁ ୫୮ ରନରେ ପରାସ୍ତ କରିଛି। ଏହି ପରାଜୟ...

ଲାଇଭ୍‌ ମ୍ୟାଚ୍‌ ସମୟରେ ରାଗିଗଲେ ଅଧିନାୟକ: ଅମ୍ପାୟାରଙ୍କ ସହ କଲେ ଝଗଡ଼ା

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ମଜାଦାର ଘଟଣା ଘଟିଛି। ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା କରିଥିଲେ।...

ସର୍ଭେରେ ଖୁଲାସା: ଧୋନୀଙ୍କ ସିଏସ୍‌କେ ନା ରୋହିତଙ୍କ ଏମ୍‌ଆଇ, ଜାଣନ୍ତୁ କିଏ ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍‌

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ, ପ୍ରତ୍ୟେକ ଦଳର ପ୍ରଶଂସକମାନେ ସେମାନଙ୍କ ଦଳକୁ ସବୁଠାରୁ ଲୋକପ୍ରିୟ ବୋଲି ବିବେଚନା କରନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri