Categories: ଖେଳ

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି। ବିସିସିଆଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି। ଏଥି ସହିତ କୋଚିଂ ଷ୍ଟାଫରେ କୌଣସିି ପରିବର୍ତ୍ତନ ହୋଇନାହିଁ। ଏହାର ଅର୍ଥ ହେଉଛି ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ରହିବେ। ବିକ୍ରମ ରାଠୋର ବ୍ୟାଟିଂ କୋଚ୍‌, ପାରାସ ହ୍ମମ୍ବ୍ରେ ବୋଲିଂ କୋଚ୍‌ ଭାବରେ ଏବଂ ଟି ଦିଲୀପ ଫିଲ୍ଡିଂ କୋଚ୍‌ ଭାବରେ ରହିବେ।

ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ପରେ ଚୁକ୍ତିନାମା ଅବଧି ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା କରିଥିଲା ଏବଂ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଥିଲା। ଭାରତୀୟ ଦଳ ଗଠନ କରିବାରେ ବୋର୍ଡ ଦ୍ରାବିଡଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକାର କରିଛି ଏବଂ ତାଙ୍କର ଅସାଧାରଣ ବୃତ୍ତିଗତତାକୁ ପ୍ରଶଂସା କରୁଛି।

Share