ନୂଆଦିଲ୍ଲୀ, ୧୦।୭: ଟିମ୍ ଇଣ୍ଡିଆର ବିଦାୟୀ କୋଚ ରାହୁଲ ଦ୍ରାବିଡ ପୁଣି ମହାନତା ଦେଖାଇଛନ୍ତି। କୋଚ ଭାବରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ରାହୁଲ ବର୍ତ୍ତମାନ ଅତିରିକ୍ତ ବୋନସ ନେବାକୁ ମନା କରିବାରୁ ଦେେ ଚର୍ଚ୍ଚାରେ ଅଛନ୍ତି।
ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟି-୨୦ ବିଶ୍ୱକପ ବିଜେତା ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି। ଏହି ପୁରସ୍କାର ରାଶି ଖେଳାଳି ଏବଂ କୋଚିଂ ଷ୍ଟାଫ୍ଙ୍କ ୪୨ ସଦସ୍ୟଙ୍କ ମଧ୍ୟରେ ବାଣ୍ଟିବାର ଥିଲା। ୧୨୫ କୋଟି ଟଙ୍କା ମଧ୍ୟରୁ ଦଳର ସମସ୍ତ ୧୫ ସଦସ୍ୟ ଏବଂ କୋଚ ରାହୁଲ ଦ୍ରାବିଡ ପ୍ରତ୍ୟେକଙ୍କୁ ୫ କୋଟି ଟଙ୍କା ମିଳିଥିଲା। କୋଚିଂ ଷ୍ଟାଫଙ୍କ ଅବଶିଷ୍ଟ ସଦସ୍ୟମାନେ ପ୍ରତ୍ୟେକଙ୍କୁ ୨.୫ କୋଟି ଟଙ୍କା ଅଂଶଧନ ପାଇବେ। ଟି -୨୦ ବିଶ୍ୱକପ୍ରେ ରାହୁଲ ଦ୍ରାବିଡଙ୍କ ସହ ବିକ୍ରମ ରାଠୋର, ପରାସ ମହମ୍ବ୍ରେ, ଟି ଦିଲୀପଙ୍କୁ ସପୋର୍ଟ ଷ୍ଟାଫରେ ସାମିଲ ଥିଲେ।
ରାହୁଲ ଦ୍ରାବିଡ଼ ଅତିରିକ୍ତ ବୋନସ ନେବାକୁ ମନା କରି ଦେଇଛନ୍ତି। ଦ୍ରାବିଡ ତାଙ୍କର ଅନ୍ୟ କୋଚିଂ କର୍ମଚାରୀଙ୍କ ପରି ସମାନ ପୁରସ୍କାର ଚାହୁଁଛନ୍ତି। ସେ କୋଚିଂ କର୍ମଚାରୀଙ୍କ ଅନ୍ୟ ସଦସ୍ୟଙ୍କ ପରି ୨.୫ କୋଟି ଟଙ୍କା ନେବେ।