Categories: ଜାତୀୟ

ଡେବ୍ୟୁ କଲେ ରାହୁଲ ଦ୍ରାବିଡଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ ଏତିକି ରନ୍‌ରେ ହେଲେ ଆଉଟ୍‌

ନୂଆଦିଲ୍ଲୀ,୧୬।୮: ଭାରତର କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ ମହାରାଜା ଟ୍ରଫି ଟି-୨୦ ଟୁର୍ନାମେଣ୍ଟରେ ଡେବ୍ୟୁ କରିଛନ୍ତି। ସମିତଙ୍କ ଠାରୁ ବହୁତ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା। କିନ୍ତୁ ପ୍ରଥମ ମ୍ୟାଚରେ ସେ ମାତ୍ର ୭ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସମିତ ମହୀଶୁର ୱାରିୟର୍ସ ପାଇଁ ଖେଳୁଛନ୍ତି, କିନ୍ତୁ ଏହା ତାଙ୍କ କ୍ୟାରିୟରର ଆରମ୍ଭ ଏବଂ ଏହି ଯୁବ କ୍ରିକେଟରଙ୍କୁ ଆହୁରି ଅନେକ ବାଟ ବାକି ଅଛି।

ସମିତଙ୍କୁ ନିଲାମରେ ୫୦ ହଜାର ଟଙ୍କାରେ କିଣାଯାଇଥିଲା ଏବଂ ଏହି ଟୁର୍ନାମେଣ୍ଟ ତାଙ୍କ ପାଇଁ ବୃତ୍ତିଗତ କ୍ରିକେଟରେ ସ୍ଥାନ ପାଇବା ପାଇଁ ଏକ ଭଲ ଉପାୟ। ଏହି ଦଳର ଅଧିନାୟକ କରୁଣ ନାୟାର ହୋଇଥିବାବେଳେ ସମିତ୍‌ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ୯ ବଲରେ ୭ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ ଏବଂ ଏହି ସମୟ ମଧ୍ୟରେ ସେ କେବଳ ଗୋଟିଏ ଚୌକା ମାରିଥିଲେ।

Share