Categories: ଜାତୀୟ

ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…

ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା ଏବଂ ପାକିସ୍ତାନର ଭାଷା କହୁଛନ୍ତି। ଏହା ଚାଇନା ପାକିସ୍ତାନକୁ ସମର୍ଥନ କରିବା ଭଳି ମନେ ହେଉଛି। ତାଙ୍କ ବିବୃତ୍ତିର ସମାଲୋଚନା କମ। ଏଭଳି ବିବୃତ୍ତି ସେନାର ମନୋବଳ ଭାଙ୍ଗିବାକୁ ଯାଉଛି। ତୱାଙ୍ଗରେ ହୋଇଥିବା ଘଟଣା ପରେ କଂଗ୍ରେସ ନେତା ମନ୍ତବ୍ୟ ଦେଇଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଚାଇନା ସୈନିକମାନେ ଭାରତୀୟ ଯବାନଙ୍କୁ ମାଡ ମାରୁଛନ୍ତି। ଏହା ସେନାକୁ ମାନସିକସ୍ତରରେ ଆଘାତ ଦେଇଛି।

ରାହୁଲଙ୍କ ମନ୍ତବ୍ୟ ତାଙ୍କ ଦେଶପ୍ରେମକୁ ନେଇ ଏକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଏହା ତାଙ୍କର ଅସ୍ଥିର ମାନସିକ ସ୍ଥିତିକୁ ଦର୍ଶାଉଛି।

ଏନେଇ ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଯଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ ନୁହଁନ୍ତି ଏବଂ ଯଦି ବିରୋଧୀ ଦଳ ଦେଶ ସହ ଛିଡା ହୋଇଛନ୍ତି, ତେବେ ରାହୁଲଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ଦଳରୁ ବହିଷ୍କାର କରାଯିବା ଉଚିତ। କାରଣ ସେ ଭାରତକୁ କ୍ଷତି ପହଞ୍ଚାଉଛନ୍ତି। ଆମର ସଶସ୍ତ୍ର ବାହିନୀଙ୍କ ମନୋବଳ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ଭାଟିଆ ରାହୁଲଙ୍କୁ ଭାରତୀୟ ଇତିହାସରେ ଦେଶଦ୍ରୋହୀ ଭାବରେ ଚିତ୍ରିତ ହୋଇଥିବା କନୌଜର ରାଜା ଜୟଚନ୍ଦଙ୍କ ସହ ତୁଳନା କରିଛନ୍ତି।

ରାହୁଲ ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଉପରେ ସଶସ୍ତ୍ର ବାହିନୀର ଆକ୍ରମଣର ପ୍ରମାଣ ମାଗିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସରେଣ୍ଡର ମୋଦି ବୋଲି କଟାକ୍ଷ କରିଥିଲେ। ସେ ତାଙ୍କ ବିବୃତ୍ତି ପାଇଁ ଦେଶକୁ କ୍ଷମା ମାଗିବା ଉଚିତ। କ୍ଷମା ମାଗିବା ଦ୍ୱାରା ତାଙ୍କ ପାପ ଧୋଇବ ନାହିଁ କିନ୍ତୁ ଅନ୍ତତଃ ପକ୍ଷେ ଏହା ଦର୍ଶାଇବ ଯେ ସେ ନିଜ ଭୁଲକୁ ଅନୁଭବ କରିଛନ୍ତି।

Share