Categories: ଜାତୀୟ

ସମୁଦ୍ରରେ ମାଛ ଧରିଲେ ରାହୁଲ: ଭିଡ଼ିଓ ଭାଇରାଲ

କୋଲ୍ଲମ୍‌,୨୫।୨: ରାହୁଲ ଗାନ୍ଧୀ କେରଳ ଗସ୍ତରେ ଅଛନ୍ତି। ସେ ସମୁଦ୍ରରେ ମାଛ ଧରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କୋଲ୍ଲମର ସମୁଦ୍ରରେ ସେ ଧୀବରମାନଙ୍କ ସହିତ ବୋଟରେ ବସି ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଲାଗି ଯାଇଥିଲେ। ତେବେ ମାଛଧରା ଜାଲ ଫିଙ୍ଗାଯିବା ପରେ ରାହୁଲ ହଠାତ୍‌ ପାଣିକୁ ଡେଇଁ ପଡ଼ିଥିଲେ। ତାଙ୍କ ସହିତ ଅନ୍ୟ ଧୀବରମାନେ ମଧ୍ୟ ପାଣିରେ ପ୍ରବେଶ କରିଥିଲେ। ୧୦ ମିନିଟ୍‌ ପର୍ଯ୍ୟନ୍ତ ରାହୁଲ ସମୁଦ୍ରରେ ପହଁରି ଥିଲେ। ତାଙ୍କ ସହିତ ସୁରକ୍ଷା କର୍ମଚାରରୀମାନେ ଥିଲେ। ତେବେ ରାହୁଲ ହଠାତ୍‌ ଏଭଳି କରିଥିବାରୁ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏକ ନୀଳ ଟି-ଶର୍ଟ ଏବଂ ଖାକି ପ୍ୟାଣ୍ଟ୍‌ ପିନ୍ଧିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ସେ ଧୀବରମାନଙ୍କ ସହିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରିଥିଲେ।

Share