Categories: ଜାତୀୟ

ବିବାହ ପ୍ରସ୍ତାବ କଥା ଶୁଣି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଏହି କ୍ରମରେ ରାହୁଲ ତାମିଲନାଡୁରେ ପହଞ୍ଚିଥିଲେ। ସେଠାରେ ମହିଳା ମନରେଗା କର୍ମୀଙ୍କୁ ଭେଟିଥିଲେ। ଏହି ଅବସରରେ ମାର୍ଥାଣ୍ଡାମରେ ମହିଳାମାନେ ରାହୁଲଙ୍କ ସହ ତାଙ୍କ ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା କରିଥିଲେ। ଏପରିକି ରାହୁଲଙ୍କୁ ଜଣେ ତାମିଲ ଝିଅ ସହ ବିବାହ କରାଇଦେବାକୁ ମହିଳାମାନେ ପ୍ରସ୍ତାବ ଦେଇଥିଲେ। ଏହା ଶୁଣି ରାହୁଲ ମୁରୁକି ମୁରୁକି ହସିଥିଲେ। ଏହି ସମୟର ଫଟୋ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧ କରି କଂଗ୍ରେସ ପଦଯାତ୍ରା କରୁଛି। କନ୍ୟାକୁମାରୀ ଠାରୁ ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ୧୨ଟି ରାଜ୍ୟ ଦେଇ ୩,୭୫୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ।

Share