Categories: ଜାତୀୟ

ଜନ୍ମଦିନ ନ ପାଳିବାକୁ କହିଲେ ରାହୁଲ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସାମ୍ନାକୁ ଆସିଛି । ଦେଶର ଯୁବବର୍ଗ ଏହି ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ ଜଣାଇ କଂଗ୍ରେସ ରବିବାର ଜନ୍ତର-ମନ୍ତରରେ ସତ୍ୟାଗ୍ରହ କରିବ ବୋଲି କହିଛି । ରବିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ ନ କରିବାକୁ ସେ କର୍ମୀ ଓ ଶୁଭଚିନ୍ତକମାନଙ୍କୁ ଅନୁରୋଧ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଯୁବବର୍ଗ ଅଗ୍ନିପଥ ଯୋଜନାକୁ ନେଇ ଦୁଃଖିତ । ତେଣୁ ମୋର ଜନ୍ମଦିନରେ କୌଣସି ଉତ୍ସବ ପାଳନ ନ କଲେ ଭଲ ।
ସୂଚନାଯୋଗ୍ୟ, ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ‘ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ଜଣେ ପ୍ରାର୍ଥୀ ୪ ବର୍ଷ ଚାକିରି କରିପାରିବ । ଚାକିରିର ସମୟ ସୀମା ଅଳ୍ପ ଥିବାରୁ ଏହାକୁ ବିରୋଧ କରି ଏବେ ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Share