ନୂଆଦିଲ୍ଲୀ,୨୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ନିଜ ବ୍ୟକ୍ତିଗତ ଜୀବନକୁ ଅନେକ ଖୁଲାସା କରିଛନ୍ତି। ନିକଟରେ ଏହି ଯାତ୍ରା ସମୟର ଏକ ଫଟୋ ଭାରାଲ ହୋଇଥିଲା। ଫଟୋରେ ସେ ତାଙ୍କ ମା’ଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର ଆସିଥିଲେ। ଏବେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ତାଙ୍କ ପିଲାଦିନର ଏକ ମଜାଦାର କାହାଣୀ ଶେୟାର କରିଛନ୍ତି।
ପ୍ରାୟତଃ ଯେକୌଣସି ମା’ ନିଜ ପୁଅକୁ ପ୍ରଶଂସା କରନ୍ତି, କିନ୍ତୁ ରାହୁଲଙ୍କ ମା’ ସୋନିଆ ଟିକେ ନିଆରା। ଥରେ ରାହୁଲ ତାଙ୍କ ମାଙ୍କୁ ପଚାରିଥିଲେ- ମୁଁ ସୁନ୍ଦର କି? ଜବାବରେ ସୋନିଆ କହିଥିଲେ, ନା, ଠିକ୍ଠାକ୍। ମା’ ସବୁବେଳେ ମୋତେ ସତ୍ୟର ସାମ୍ନା କରିବାକୁ କୁହନ୍ତି ବୋଲି କହିଛନ୍ତି ରାହୁଲ।
ନିଜ ଜୀବନଶୈଳୀ ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି, ସେ ନିଜ ପାଇଁ ଜୋତା କିଣନ୍ତି, କିନ୍ତୁ ବେଳେବେଳେ ତାଙ୍କ ମା’ ଏବଂ ଭଉଣୀ ମଧ୍ୟ ତାଙ୍କୁ ଜୋତା ପଠାନ୍ତି। କିଛି ରାଜନେତା ବନ୍ଧୁ ମୋତେ ଜୋତା ମଧ୍ୟ ଉପହାର ଦିଅନ୍ତି। କୌଣସି ଭାଜପା ନେତା ତାଙ୍କୁ ଜୋତା ପଠାନ୍ତି କି ପ୍ରଶ୍ନରେ ରାହୁଲ କହିଛନ୍ତି, ସେମାନେ ଜୋତା ମୋ ଉପରକୁ ଫୋପାଡି ଦିଅନ୍ତି।