Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୯ ।୧୧: ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣରେ ଭାରତ ଅନ୍ୟ ଦେଶଠାରୁ ଅଧିକ ଥିବା ବେଳେ ଜିଡିପିରେ ଅନ୍ୟ ଦେଶଠାରୁ ପଛରେ ରହିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍ କରି କହିଛନ୍ତି, ମୋଦି ସରକାରଙ୍କ ରିପୋର୍ଟ କାର୍ଡ କରୋନା ମୃତ୍ୟୁ ହାରରେ ସବୁଠାରୁ ଆଗରେ ଓ ଜିଡିପି ହାରରେ ସବୁଠାରୁ ପଛରେ ରହିଛି । ଏହାସହ ସେ ୧୭ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ଓ ମହାମାରୀର ଏକ ଆକଳନ ଜାରି କରିଛନ୍ତି । ତାଙ୍କ ଆକଳନ ଅନୁଯାୟୀ, ବାଂଲାଦେଶ, ମ୍ୟାନକାର, ପାକିସ୍ତାନ, ଭୁଟାନ, ନେପାଳ, ଶ୍ରୀଲଙ୍କା ଭଳି ଦେଶଠାରୁ ଭାରତର ଜିଡିପି ହାର ପଛରେ ରହିଛି ।

Share