Categories: ଜାତୀୟ

କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରିବାକୁ ଚାହୁଁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୦ ।୯: କୃଷି ବିଲ୍‌କୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ରବିବାର ଏହି ବିଧେୟକକୁ ନେଇ ରାହୁଲ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବେ କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରିବାକୁ ଯାଉଛନ୍ତି । ଟୁଇଟ୍ କରି ସେ ପ୍ରଶ୍ନ କରିଛନ୍ତି, ଏପିଏମ୍‌ସି/ କୃଷକ ବଜାର ଶେଷ ହେବା ପରେ ଏମ୍‌ଏସ୍‌ପି କିପରି ମିଳିବ । ଏମ୍‌ଏସ୍‌ପିର ଗ୍ୟାରେଣ୍ଟି କାହିଁକି ନାହିଁ । ତେଣୁ ମୋଦି ସରକାର ଯାହା କରିବାକୁ ଯାଉଛନ୍ତି ତାହା କରିବାକୁ ଦିଆଯିବ ନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ରାହୁଲ କୃଷି ବିଧେୟକକୁ ନେଇ କହିଥିଲେ କି ମୋଦି ସରକାରଙ୍କ ଉପରୁ କୃଷକଙ୍କ ଭରସା ଉଠି ଗଲାଣି । କାରଣ ପ୍ରଥମରୁ ହିଁ ମୋଦି ସରକାରଙ୍କ କହିବା ଓ କରିବାରେ ପାର୍ଥକ୍ୟ ଦେଖାଯାଇଛି ।

Share