Categories: ଜାତୀୟ

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି । ଏଥର ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରତି ରବିବାର ପ୍ରଚାରିତ ହେଉଥିବା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ନେଇ କଟାକ୍ଷ କରିଛନ୍ତି । ରାହୁଲ କହିଛନ୍ତି ମୋଦିଙ୍କର ଯଦି ସାହସ ରହିଛି ତେବେ କୃଷକ ଓ ରୋଜଗାରର କଥା ଉଠାନ୍ତୁ । ମୋଦିଙ୍କ ଏହି ରେଡିଓ କାର୍ଯ୍ୟକ୍ରମର ୭୪ ତମ ଏପିସୋଡ ପୂର୍ବରୁ ରାହୁଲ ତାଙ୍କୁ ଟାର୍ଗେଟ କରିଛନ୍ତି । ତାମିଲନାଡୁରର ତିରୁନେଲଭେଲିଠାରେ ସେଣ୍ଟ ଜାଭିୟର୍ସ କଲେଜର ଛାତ୍ରୀଛାତ୍ର ଓ ପ୍ରଫେସରଙ୍କ ସହ କଥା ହେବା ସମୟରେ ରାହୁଲ ଆହୁରି ମଧ୍ୟ କହିଛନ୍ତି, ଯଦି ଆମେ ଶିକ୍ଷା ବ୍ୟବସ୍ଥା ପାଇଁ କିଛି ନୂଆ ପଲିସି କରୁଛୁ ତେବେ ଏନେଇ ଛାତ୍ରୀଛାତ୍ର ଓ ପ୍ରଫେସରମାନଙ୍କ ସହ କଥା ହେବା ଉଚିତ । ହେଲେ ଏବେ ତାହା କରାଯାଉ ନାହିଁ ଯାହା ଦୁର୍ଭାଗ୍ୟପୂର୍ଣ୍ଣ ।

Share