Categories: ଜାତୀୟ

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ କହିଛନ୍ତି ଜୁଲାଇ ମାସ ଆସିଯାଇଛି, କିନ୍ତୁ ଟିକା ଆସି ନାହିଁ। ରାହୁଲଙ୍କ ଏହି ଟୁଇଟ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟିକା ଉପରେ ଛୋଟ ରାଜନୀତି ନ କରିବାକୁ କଂଗ୍ରେସ ନେତାଙ୍କୁ ନିବେଦନ କରିଛନ୍ତି। ରାହୁଲଙ୍କ ଟୁଇଟ୍‌ର ଜବାବ ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି, ଗତକାଲି ମୁଁ ଜୁଲାଇ ମାସରେ ଟିକା ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଛି। ରାହୁଲ ଗାନ୍ଧୀ ଜୀଙ୍କର ଅସୁବିଧା କ’ଣ? ସେ ପଢନ୍ତି ନାହିଁ କି, ସେମାନେ ବୁଝନ୍ତି ନାହିଁ? ଅହଙ୍କାର ଏବଂ ଅଜ୍ଞତାର ଭୂତାଣୁ ପାଇଁ କୌଣସି ଟିକା ନାହିଁ। କଂଗ୍ରେସ ଏହାର ନେତୃତ୍ୱ ତଥା ଦଳକୁ ପରିଚାଳନା କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share