Categories: ଜାତୀୟ

ଦେଶର ୪କୋଟି ଲୋକଙ୍କୁ ଦରିଦ୍ର ସୀମାରେଖା ତଳକୁ ଠେଲି ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ,୨୩ ।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ସେ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର ଦେଶର ୪ କୋଟି ଲୋକଙ୍କୁ ଦରିଦ୍ର ସୀମାରେଖା ତଳକୁ ଠେଲି ଦେଇଛନ୍ତି । କେବଳ ‘ହମାେ ଦୋ’ ପାଇଁ ବିକାଶ କରାଯାଇଛି । ରାହୁଲ ଗାନ୍ଧୀ ଟୁଇଟର ମାଧ୍ୟମରେ କହିଛନ୍ତି ‘ବିକାଶ ଓଭରଫ୍ଲୋ, ଓନଲି ଫର୍ ହମାରେ ଦୋ’ । ସେ କହିଛନ୍ତି ଦେଶରେ କେବଳ ଦୁଇଜଣଙ୍କର ବିକାଶ ହୋଇଛି ଏବଂ ଆମର ୪ କୋଟି ଭାଇ ଭଉଣୀଙ୍କୁ ଦାରିଦ୍ର‌୍ୟ ସୀମାରେଖା ତଳକୁ ଠେଲି ଦିଆଯାଇଛି । ଏହାସହ ସେ ହ୍ୟାସଟ୍ୟାଗ ‘ବିଜେପି ଫେଲ ଇଣ୍ଡି’ ବି ବ୍ୟବହାର କରିଛନ୍ତି । ଓକ୍ସଫ୍ୟାମର ଏକ ରିପୋର୍ଟ ଆଧାରରେ କଂଗ୍ରେସ ନେତା ଏକ ଗ୍ରାଫିକ ଫଟୋ ବି ଶେୟାର କରିଛନ୍ତି । ଯେଉଁଥିରେ ଅଭିଯୋଗ କରାଯାଇଛି କି ଦୁଇ ଶୀର୍ଷ ଉଦ୍ଦ୍ୟୋଗପତିଙ୍କ ସମ୍ପତ୍ତି ୨୦୨୧ରେ ଅରବ ଡଲାର ବୃଦ୍ଧି ହୋଇଛି । ଆଉ ୨୦୨୦ ମହାମାରୀ ଯୋଗୁ ଦେଶର ୪ କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାହୁଲ ଗାନ୍ଧୀ ଅମର ଯବାନ ଜ୍ୟୋତିର ସ୍ଥାନାନ୍ତରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

Share