Categories: ଜାତୀୟ

ମୋଦି ସରକାରଙ୍କ ଯୋଗୁ କୋଟି କୋଟି ଲୋକଙ୍କ ଚାକିରି ଯାଇଛି: ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଗୁ କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ଏହାସହ ଜିଡିପିରେ ମଧ୍ୟ ହ୍ରାସ ଘଟିଛି। କଂଗ୍ରେସର ‘ସ୍ପିକ ଅପ ଫର ଜବ୍ସ’ ଅଭିଯାନର ଅନୁଯାୟୀ ସେ ଏହି ଟୁଇଟ କରିଛନ୍ତି। ରାହୁଲ ଟୁଇଟର୍‌ରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ ଏହି ସରକାର ଭାରତୀୟ ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିଛି। #SpeakUpForJobs ଅଭିଯାନକୁ ସମର୍ଥନ ପାଇଁ ଆଗେଇ ଆସିବା ସହ ଯୁବପିଢ଼ିଙ୍କ ସ୍ବର ଶୁଣିବାକୁ ସରକାରଙ୍କୁ ବାଧ୍ୟ କରାଯାଉ ବୋଲି ସେ ଯୁବପିଢିକୁ ଆହ୍ବାନ ଦେଇଛନ୍ତି। ଦେଶର ବେରୋଜଗାର ଏବଂ ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ରାହୁଲ ସରକାରଙ୍କୁ ଅପିଲ କରିଛନ୍ତି। ଏହାସହ ସରକାରୀ କ୍ଷେତ୍ରରେ ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରାଯାଉ ବୋଲି ଭିଡିଓରେ କୁହାଯାଇଛି।

Share