Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଭାରି ଭୟାଳୁ

ନୂଆଦିଲ୍ଲୀ,୧୨।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳୁ ଭାଜପା ଉପରେ ବର୍ଷିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି ସେ ଭାରତ-ଚାଇନା ସୀମା ବିବାଦ ମାମଲାରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୟାଳୁ ବୋଲି କହିଛନ୍ତି। ମୋଦି ଦେଶର ପବିତ୍ର ଜମିକୁ ଚାଇନା ହାତରେ ଟେକି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଭାରତ-ଚାଇନା ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯେଉଁ ବୟାନ ଦେଇଛନ୍ତି ତାହା ସ୍ପଷ୍ଟ କରାଯିବ ଉଚିତ୍‌। ଆମ ଯାଗା ପୂର୍ବରୁ ଫିଙ୍ଗର୍‌-୪ରେ ଥିଲା କିନ୍ତୁ ଏବେ ସରକାର ଫିଙ୍ଗ୍‌-୩ରେ କେମିତି ନିଜର ସହମତି ପ୍ରକାଶ କଲେ ତାହା ସ୍ପଷ୍ଟ କରାଯାଉ ବୋଲି ରାହୁଲ କହିଛନ୍ତି। ପେଙ୍ଗୋଙ୍ଗ ଏବଂ ଦେପସାଙ୍ଗରେ ଚାଇନା ସେନା ଉପସ୍ଥିତ ଥିବାବେଳେ ଭାରତ ସେନା ସେମାନଙ୍କ ମୁକାବିଲା କରିଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନିଜ ଜାଗା ଚାଇନାକୁ ଦେଇଦେବା ଭାରତୀୟ ସେନାଙ୍କ ପାଇଁ ଧୋକା ବୋଲି ସେ କହିଛନ୍ତି। ଏହି ମାଲାରେ ମୋଦି ନିଜ ପକ୍ଷ ରଖନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।

Share