ଗୁଆହାଟୀ,୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କ୍ଷେତରେ ଚାଷୀଙ୍କ ସହ ଫଟୋ ଉଟାଇବା ହାସ୍ୟାସ୍ପଦ ବୋଲି ସରମା କହିଛନ୍ତି। ରାହୁଲ ଶନିବାର ହରିୟାଣାର ସୋନିପତ ଜିଲାର ମଦିନା ଗ୍ରାମରେ ଅଟକି ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ କ୍ଷେତରେ କାମ କରୁଥିବା ଚାଷୀଙ୍କ ସହ ସମୟ ବିତାଇଥିଲେ।
ସରମା ଦାବି କରିଛନ୍ତି ଯେ, ଯେତେବେଳେ ରାହୁଲ କ୍ଷେତରେ ଫଟୋ ଉଠାଉଥିଲେ ସେତେବେଳେ ଚାଷୀଙ୍କ ସହ ତାଙ୍କର ଠେଲାପେଲା ହୋଇଥିଲା। କୃଷକମାନଙ୍କ ସହ ରାହୁଲଙ୍କ ଏକ ଭିଡିଓ ଶେୟାର ସରମା କହିଛନ୍ତି, ରାଜକୁମାର ହଠାତ୍ ଉତ୍ସାହଜନକ ଦେଖାଯିବା ହାସ୍ୟାସ୍ପଦ ଅଟେ। କିନ୍ତୁ ଇଶ୍ବରଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ଫଟୋ ଏବଂ ଭିଡିଓ କରିବା ଉତ୍ସାହରେ ଆମର ଖାଦ୍ୟ ପ୍ରଦାନକାରୀଙ୍କ ସମ୍ମାନ ସହିତ ଖେଳନ୍ତୁ ନାହିଁ। ନିଜକୁ କୃଷକ ବୋଲି କହିବା ପାଇଁ ଚାଷୀଙ୍କୁ ଠେଲିଦେବା ନିନ୍ଦନୀୟ। ରିଲ ଜୀବନ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ରାହୁଲ ରିୟଲ୍ ହୁଅନ୍ତୁ ବୋଲି ସରମା କରିଛନ୍ତି।
ହରିୟାଣାର କଂଗ୍ରେସ ନେତାମାନେ କହିଥିଲେ ଯେ, ରାହୁଲ କ୍ଷେତରେ ଧାନ ବୁଣିଥିଲେ, ଟ୍ରାକ୍ଟର ଚଳାଇଥିଲେ ଏବଂ କ୍ଷେତରେ କାମ କରୁଥିବା ମହିଳା ଶ୍ରମିକଙ୍କ ଆଣିଥିବା ଖାଦ୍ୟ ଖାଇଥିଲେ।