Categories: ଜାତୀୟ

ଭାବୁକ ହେଲେ ରାହୁଲ: କହିଲେ ‘ବାପା, ଆପଣଙ୍କ ଆଖିରେ ଭାରତକୁ ନେଇ ଯେଉଁ ସ୍ବପ୍ନ ଥିଲା… ’

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ହୋଇଛନ୍ତି ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ରାହୁଲ ଏକ ଭାବବିହ୍ବଳ ପୋଷ୍ଟ ମଧ୍ୟ କରିଛନ୍ତି। ପୋଷ୍ଟରେ ରାହୁଲ ରାଜୀବ ଭାରତକୁ ନେଇ ଦେଖିଥିବା ସ୍ବପ୍ନ ବିଷୟରେ ଉଲ୍ଲେଖ କରିଛନ୍ତି।

ଟୁଇଟରରେ ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ବାପା, ଆପଣଙ୍କ ଆଖିରେ ଭାରତକୁ ନେଇ ଯେଉଁ ସ୍ବପ୍ନ ଥିଲା, ଏଇ ଅମୂଲ୍ୟ ସ୍ମୃତିରେ ତାହା ଝଲସୁଛି। ଆପଣଙ୍କ ପାଦଚିହ୍ନ ମୋର ରାସ୍ତା। ପ୍ରତିଟି ଭାରତୀୟର ସଂଘର୍ଷ ଏବଂ ସ୍ବପ୍ନକୁ ବୁଝୁଛି, ଭାରତ ମା’ର ଡାକ ମଧ୍ୟ ଶୁଣୁଛି ବୋଲି ସେ କହିଛନ୍ତି।

Share