Categories: ଜାତୀୟ

ତିନି ଦିନିଆ ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ: ମୋଦି ସରକାରଙ୍କ ବିରୋଧରେ ମିଶିକି ଲଢିବାକୁ ଆହ୍ୱାନ

ଚେନ୍ନାଇ,୨୩ ।୧: ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହେଲାଣି ସରଗରମ । ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୩ ଦିନିଆ ତାମିଲନାଡୁ ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ରାଜ୍ୟର ବିଭିନ୍ନ ଲୋକଙ୍କ ସହ ସାକ୍ଷାତ୍ କରିବେ । ସେଠାରେ ପହଞ୍ଚିବା ପରେ ରାହୁଲ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଟୁଇଟ୍ କରି ଲେଖିଛନ୍ତି, ତାମିଲନାଡୁ ଆସି ସେ ଖୁବ୍ ଖୁସି । ଆମେ ଏକାଠି ମିଶି ତାମିଲନାଡୁ ସଂସ୍କୃତିକୁ ମୋଦି ସରକାରଙ୍କ ଆକ୍ରୋଶରୁ ବଞ୍ଚାଇବା । ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ତାମିଲନାଡୁରେ ନିର୍ବାଚନ ହେବ । କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାହୁଲ କୋଏମ୍ବଟୁର ଓ ତିରୁପୁର ଜିଲାରେ ରୋଡ ଶୋ’ କରିବେ ।

Share