ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଅଧୀନରେ ଜମ୍ମୁ କଶ୍ମୀରରେ ଅଛନ୍ତି। ଏହି ସମୟରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ। କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ରାହୁଲ ଗାନ୍ଧୀ ପ୍ରତ୍ୟେକ ବଡ ଏବଂ ଛୋଟ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତି ମଧ୍ୟ ବାଣ୍ଟିଥିଲେ। ଏହି ସାକ୍ଷାତକାରରେ ରାହୁଲ ବିବାହ ବିଷୟରେ ପଚରାଯାଇଥିଲା। ଏହାର ଜବାବ ସେ ମଜାଦାର ଢଙ୍ଗରେ ଦେଇଛନ୍ତି।
ଆପଣ କେବେ ବିବାହ କରିବେ ପ୍ରଶ୍ନରେ ରାହୁଲ କହିଛନ୍ତି, ଯେତେବେଳେ ଜଣେ ଉପଯୁକ୍ତ କନ୍ୟା ମିଳିବ, ସେ ବିବାହ କରିବେ। ଏକମାତ୍ର ସର୍ତ୍ତ ହେଉଛି ଝିଅଟି ବୁଦ୍ଧିମାନ ହେବା ଉଚିତ୍। ତାଙ୍କ ମାତାପିତାଙ୍କର ଏକ ସୁନ୍ଦର ବିବାହ ହୋଇଥିଲା। ସେଥିପାଇଁ ବିବାହକୁ ନେଇ ବହୁତ ଉଚ୍ଚ ଚିନ୍ତାଧାରା ଅଛି। ସେ ମଧ୍ୟ ଏପରି ଜୀବନ ସାଥୀ ଚାହାଁନ୍ତି। ନିଜ ପସନ୍ଦର ଖାଦ୍ୟ ବିଷୟରେ ରାହୁଲ କହିଛନ୍ତି, ମୁଁ ସବୁକିଛି ଖାଏ। କିନ୍ତୁ ମୁଁ କଞ୍ଚା ଫଳ ଏବଂ ମଟର ଖାଇବାକୁ ପସନ୍ଦ କରେ ନାହିଁ।
View this post on Instagram