ନୂଆଦିଲ୍ଲୀ,୨୧।୬: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ୪ଦିନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ମଙ୍ଗଳବାର ପୁଣି ରାହୁଲ ହାଜର ହେବାକୁ ସମନ ଜାରି କରିଛି। ସୋମବାର ମଧ୍ୟ ୧୦ ଘଣ୍ଟା ଜେରା କରିଥିଲା ଇଡି। ହେଲେ ଇଡି ନିଜ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇ ନଥିବାରୁ ଆଜି ଆଉଥରେ ସମନ ଜାରି କରାଯାଇଛି। ପୂର୍ବରୁ ଲଗାତର ୩ ଦିନ ଧରି ତାଙ୍କୁ ପାଖାପାଖି ୩୦ ଘଣ୍ଟା ପଚରାଉଚରା କରାଯାଇଥିଲା ।