Posted inଜାତୀୟ

ପ୍ରେମିକାଙ୍କୁ ବାହା ହୋଇପାରିଲେନି ବୋଲି ରାଜନୀତିକୁ ଆସିଛନ୍ତି ରାହୁଲ, କଙ୍ଗନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୪: ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ତେବେ ଗୁରୁବାର ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରେମିକାଙ୍କୁ ବାହା ହୋଇ ନ ପାରିବାରୁ ରାଜନୀତିକୁ ଜବରଦସ୍ତି ଆସିଛନ୍ତି ରହୁଲ। ରାହୁଲଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ସେ ଜୋରଦାର ଟାର୍ଗେଟ କରିଛନ୍ତି। ରାହୁଲ ଓ ପ୍ରିୟଙ୍କାଙ୍କୁ ସେ ପରିସ୍ଥିତିର ଦାସ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏହି ଦୁଇଜଣଙ୍କ ଭାଗ୍ୟ ପାଇଁ ତାଙ୍କ ମାଆ ତଥା ଦଳର ପୂର୍ବ ସଭାପତି ସୋନିଆ ଗାନ୍ଧୀ ଦାୟୀ ଅଟନ୍ତି। ରାହୁଲ ଜଣେ ମହତ୍ତ୍ୱାକାଙ୍ଖି ମାଆଙ୍କର ପୁଅ ଅଟନ୍ତି। ଦୁଇ ଭାଇଭଉଣୀ ତାଙ୍କ ଜୀବନରେ କିଛି ଭଲ କରିପାରିଥା’ନ୍ତେ ହେଲେ ତାଙ୍କ ମାଆ ସେମାନଙ୍କ ଉପରେ ଚାପ ପକାଇଛନ୍ତି।

ଏକ ସାକ୍ଷାତକାର ଦେଇ କଙ୍ଗନା ରାହୁଲଙ୍କ ପରିବାରକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଶୁଣିବାକୁ ମିଳିଛି ରାହୁଲ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ହେଲେ ତାଙ୍କ ସହ ରାହୁଲଙ୍କ ବିବାହ ହୋଇ ପାରିଲା ନାହିଁ। ଏବେ ନା ସେ ବାହା ହୋଇ ପାରୁଛନ୍ତି ନା କ୍ୟାରିୟର କରି ପାରୁଛନ୍ତି। ତାଙ୍କ ଉପରେ ପରିବାରର ଚାପ ରହୁଛି। ରାହୁଲ ଓ ପ୍ରିୟଙ୍କା ଦୁହେଁ ଭଲ ଅଟନ୍ତି। ହେଲେ ତାଙ୍କ ମାଆ ତାଙ୍କୁ ସବୁବେଳେ ଅସୁବିଧାରେ ପକାଉଛନ୍ତି। ଦୁହିଁଙ୍କ ରାଜନୀତିରେ କୌଣସି ଭବିଷ୍ୟତ ନାହିଁ ବୋଲି କଙ୍ଗନା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ।...

ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ

ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri