Categories: ଜାତୀୟ

ରାହୁଲଙ୍କ ଆବେଦନ ଖାରଜ ପରେ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୭।୭: ମାନହାନି ମାମଲାକୁ ନେଇ ଗୁଜରାଟ ହାଇକୋର୍ଟ ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ରାହୁଲଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଦିଲ୍ଲୀ ଭାଜପାରାଜ୍ୟ ମୁଖପାତ୍ର ହରିଶ ଖୁରାନା କଂଗ୍ରେସ ଦଳର ନେତାଙ୍କ ଉପରେ ଜବାବ ଦେଇ କହିଛନ୍ତି ଯେ, ବର୍ତ୍ତମାନ ସେମାନେ ଖରାପ ରାଜନୀତି କରିବେ।

ରାହୁଲ ଗାନ୍ଧୀ ମାନହାନି ମାମଲାରେ ଶୁକ୍ରବାର ଗୁଜରାଟ ହାଇକୋର୍ଟ ଏହି ରାୟ ଶୁଣାଇବା ଦିଲ୍ଲୀ ଭାରତୀୟ ଜନତା ପାର୍ଟି ମୁଖପାତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ଟୁଇଟ୍‌ କରି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଗୁଜରାଟ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ବିଚାରାଧୀନ ଅଛି। ମାନହାନିର ଏହା ପ୍ରଥମ ଘଟଣା ନୁହେଁ। ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ବାତିଲ ହୋଇସାରିଛି। ବର୍ତ୍ତମାନ ରାହୁଲ ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

 

Share