Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଝଟକା, ଆବେଦନ ଖାରଜ କଲେ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝଟକା। ଗୁଜରାଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି।

ମାର୍ଚ୍ଚ ୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦି’ ଉପନାମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ସଂପର୍କରେ ସୁରଟ କୋର୍ଟ ତାଙ୍କୁ ଧାରା ୫୦୪ ଅନୁଯାୟୀ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି। ଏହା ପରେ ମାର୍ଚ୍ଚ ୨୪ ରେ ରାହୁଲଙ୍କ ଲୋକ ସଭା ସଦସ୍ୟତା ମଧ୍ୟ ରଦ୍ଦ କରିଦିଆଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ନିଜର ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ।

Share