Categories: ଜାତୀୟ

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଗୁଜରାଟ ସରକାର-ପୁର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୪ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆପରାଧିକ ମାନହାନୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କୋର୍ଟ ପୁର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ରେ ହେବ।

ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୦ରେ କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ବେଞ୍ଚର ଚେୟାରମ୍ୟାନ ଜଷ୍ଟିସ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କଠାରୁ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଏବେ ଆପରମାନେ ସ୍ଥିର କରନ୍ତୁ ଯେ ମୁଁ ଶୁଣାଣି କରିବି କି ନାହିଁ।
ଯେତେବେଳେ ଜଷ୍ଟିସ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦିଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଛନ୍ତି ଯେ ଆମର କୌଣସି ଆପତ୍ତି ନାହିଁ। ଏହା ପରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଭି ମଧ୍ୟ କହିଛନ୍ତି ଯେ ଆମେ ତାଙ୍କ ବିବୃତ୍ତିରେ ମଧ୍ୟ ସହମତ। ଉଭୟ ପକ୍ଷ ରାଜି ହେବା ପରେ ଜଷ୍ଟିସ ଗଭଇ ଶୁଣାଣି ଆରମ୍ଭ କରି କହିଛନ୍ତି ଯେ ଆମେ ଆବେଦନକାରୀ ପୂର୍ଣ୍ଣେଶ ମୋଦି ଏବଂ ଗୁଜରାଟ ସରକାରଙ୍କୁ ଆନୁଷ୍ଠାନିକ ନୋଟିସ ଜାରି କରୁଛୁ।
ଶୁଣାଣି ସମୟରେ ପୂର୍ଣ୍ଣେଶ ମୋଦିଙ୍କ ପରାମର୍ଶଦାତା ଏକ ଜବାବ ଦାଖଲ କରିବାକୁ ଅନୁମତି ମାଗିଥିଲେ, ଯାହା ବେଞ୍ଚ ଦ୍ୱାରା ଗ୍ରହଣ କରାଯାଇଥିଲା। ଜେଠମାଲାନି କୋର୍ଟଙ୍କୁ କହିଛନ୍ତି ଯେ ସେ ୧୦ଦିନ ମଧ୍ୟରେ ଉତ୍ତର ଦେବେ। ଜଷ୍ଟିସ ଗଭଇ ଆସନ୍ତା ଅଗଷ୍ଟ ୪ରେ ଶୁଣାଣି ପାଇଁ ସ୍ଥିର କରିଛନ୍ତି।

Share