Advertisement
Categories: ଜାତୀୟ

ଏବେ ଅପେକ୍ଷା ସଦସ୍ୟତା ପଦକୁ: ଖାର୍ଗେ

ନୂଆଦିଲ୍ଲୀ,୪।୮: ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ଦଳର ପ୍ରାୟ ସମସ୍ତ ନେତା ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଏହା କେବଳ ରାହୁଲ ଗାନ୍ଧୀଙ୍କର ବିଜୟ ନୁହେଁ ବରଂ ସାଧାରଣ ଜନତାଙ୍କ ବିଜୟ।

ସେ କହିଛନ୍ତି, ଜଣେ ବ୍ୟକ୍ତି ଯିଏ ସତ୍ୟ ଏବଂ ଦେଶର ସ୍ବାର୍ଥ ପାଇଁ ଲଢୁଥିଲେ। ମୁଦ୍ରାସ୍ଫୀତି, ବେକାରୀ ବିରୁଦ୍ଧରେ ଲଢୁଛନ୍ତି। ଭରତ ଯୋଡୋ ଯାତ୍ରାରେ ଲୋକମାନେ ଭେଟିଥିଲେ, ସମସ୍ତଙ୍କ ଆଶୀର୍ବାଦ ଦ୍ୱାରା ଏହି ବିଜୟ ହାସଲ କରାଯାଇଛି। ରାହୁଲ ଗାନ୍ଧୀ ସତ୍ୟ ଏବଂ ଦେଶର ସ୍ବାର୍ଥ ପାଇଁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ୪୦୦୦ କିଲୋମିଟରରୁ ଅଧିକ ପଦଯାତ୍ରା କରିଛନ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଛନ୍ତି, ସେମାନଙ୍କ ଆଶୀର୍ବାଦ ଆମ ପାଖରେ ଅଛି।
ତେବେ ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଖୁସି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share