Categories: ଜାତୀୟ

ରାହୁଲଙ୍କୁ ମିଳିବ କି ଆଶ୍ୱସ୍ତି, ଶୁକ୍ରବାର ଆସିବ ରାୟ

ନୂଆଦିଲ୍ଲୀ,୬।୭: ମାନହାନି ମକଦ୍ଦମା ମାମଲାରେ ଗୁଜରାଟ ହାଇକୋର୍ଟ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରାୟ ପ୍ରକାଶ କରିବେ। ତାଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପଦ ହରାଇଥିଲେ। ଏ ସମ୍ପର୍କରେ କଂଗ୍ରେସ କେନ୍ଦ୍ର ସରକାର ଏବଂ ବିଜେପିକୁ ଟାର୍ଗେଟ କରିଥିଲା। ସଦସ୍ୟତା ଅଯୋଗ୍ୟ ହେବା ପରେ ରାହୁଲ ଗାନ୍ଧୀ କେରଳର ୱାୟନାଡରେ କହିଥିଲେ ଯେ, କେନ୍ଦ୍ର ସରକାର ତାଙ୍କ ସ୍ବରକୁ ଦମନ କରିବା ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ଆମେ ଭୟ କରୁନାହୁଁ।

 

Share