Categories: ଜାତୀୟ

ଜେଜେ ମା’ଙ୍କୁ ମନେ ପକାଇଲେ ରାହୁଲ

ଡେରାଡୁନ,୧୬।୧୨: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପରେ ଏବେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଉପରେ ଗୁରୁତ୍ୱ ଦେଉଛି। କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ଗୁରୁବାର ‘ବିଜୟ ସମ୍ମାନ ରାଲି’କୁ ସମ୍ବୋଧିତ କରିବା ପାଇଁ ଡେରାଡୁନରେ ପହଞ୍ଚିଥିଲେ। ଏହି ସମୟରେ ସେ ଏଠାରେ ବିତାଇଥିବା ଦିନକୁ ମନେ ପକାଇ ରାଜ୍ୟରେ କ୍ଷମତାରେ ଥିବା ଭାଜପା ଏବଂ କେନ୍ଦ୍ରରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ରାହୁଲ ଗାନ୍ଧୀ ଏହି ସମାବେଶକୁ ସମ୍ବୋଧିତ କରି ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ସିଡିଏସ ଜେନେରାଲ ବିପିନ ରାୱତ ଏବଂ ସେନା ଅଧିକାରୀଙ୍କୁ ମନେ ପକାଇଥିଲେ। ସେହି ସମୟରେ, ସେ ଡେରାଡୁନକୁ ନେଇ ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କ ପରିବାର ଦେଶ ପାଇଁ ବଳିଦାନ ଦେଇଛନ୍ତି। ମୋ ଜେଜେ ମା’ ଦେଶ ପାଇଁ ଶହୀଦ ହୋଇଥିଲେ। ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି,ସେମାନେ ପିତାଙ୍କୁ ହରାଇବା ଏବଂ ଭାଇ ହରାଇବା କ’ଣ ଭଲ ଭାବରେ ଭାବରେ ଜାଣିଛନ୍ତି।
ଏହାସହ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ଦେଶ ଦୁର୍ବଳ ହେବାରେ ଲାଗିଛି। ଜଣେ ଭାଇ ଅନ୍ୟ ଭାଇ ବିରୁଦ୍ଧରେ ଲଢୁଛନ୍ତି। ଦୁର୍ବଳ ଲୋକଙ୍କୁ ହତ୍ୟା କରାଯାଉଛି। ଦୁଇ-ତିନି ପୁଞ୍ଜିପତିଙ୍କ ପାଇଁ ସମଗ୍ର ସରକାର ଚଳାଉଛନ୍ତି ବୋଲି କହିଛନ୍ତି।

Share