Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ,୨୫।୩: ମାନହାନୀ ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶର ଗୋଟିଏ ଦିନ ପରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଛି। ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। କେରଳର ବାସିନ୍ଦା ଆଭା ମୁରଲିଧରନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନରେ ମହିଳା ଦାବି କରିଛନ୍ତି ଯେ ଜନପ୍ରତିନିଧିତ୍ୱ ଅଧିନିୟମର ଧାରା ୮ (୩)କୁ ଅସାମ୍ବିଧାନିକ ଘୋଷିତ କରାଯାଉ ବୋଲି ସେ ଦାବି କରିଛନ୍ତି।

କେରଳର ୱାୟନାଡ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ନେଇ ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାହୁଲ ଗାନ୍ଧୀ ସମ୍ବିଧାନର ଧାରା ୧୦୨(୧) ଏବଂ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୮ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

Share